କେନ୍ଦ୍ରର ନିର୍ଦ୍ଦେଶ; କାଲି ସୀମାବର୍ତ୍ତୀ ୪ ରାଜ୍ୟରେ ହେବ ମକଡ୍ରିଲ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୯ ମେରେ ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ଅନୁଷ୍ଠିତ ହେବ।

ତେବେ ଏହି ମକ୍ ଡ୍ରିଲ୍ ପାକିସ୍ତାନ ବିରୁଦ୍ଧରେ ଭାରତ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୂର’ ପରେ କରାଯାଉଛି।

ଏବେ ଏହି ମକ୍ ଡ୍ରିଲ୍ ଘୋଷଣା ପରେ ପୁଣି ଥରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି, ସେନେଇ ସାଧାରଣରେ ଅନୁମାନ କରାଯାଉଛି। କାରଣ ଗତ ଥର ମଧ୍ୟ ମକ୍ ଡ୍ରିଲ୍ ଘୋଷଣା ପରେ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର କରାଯାଇଥିଲା। ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମେ ୨୯ରେ ହେବାକୁ ଥିବା ମକ୍ ଡ୍ରିଲରେ ନାଗରିକ ସୁରକ୍ଷାକୁ ନେଇ ପ୍ରସ୍ତୁତି ସମୀକ୍ଷା କରାଯିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡ଼ିକ କେତେ ପ୍ରସ୍ତୁତ ତାହା ଦେଖାଯିବ। ତେବେ ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଏଭଳି ପରିସ୍ଥିତିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.