ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। ଏନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
“ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି,” ସେ ଲେଖିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମଗ୍ର ମାଲକାନଗିରି ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିଛି।
ତେବେ ୨୦୨୪ ମସିହାରେ ମୌସୁମୀ ତାର ନିର୍ଦ୍ଧାରିତ ସମୟର ଚାରି ଦିନ ପୂର୍ବରୁ ଓଡ଼ିଶାରେ ପହଞ୍ଚିଥିଲା। ଏହାବ୍ୟତୀତ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିଥିଲା।