ମା’ ଟ୍ରେଲର ଆଉଟ୍; କାଳୀ ରୂପରେ ରାକ୍ଷସଙ୍କ ବିନାଶ କରିବେ କାଜୋଲ

ମୁମ୍ବାଇ: କାଜୋଲ ନିଜର ଅପକମିଂ ଫିଲ୍ମ ‘ମା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘ମା’ ଏକ ନାରୀ କେନ୍ଦ୍ରିକ୍ ଫିଲ୍ମ। ଯେଉଁଥିରେ ଦେବୀ ଏବଂ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ ପ୍ରଶଂସକମାନେ ଫିଲ୍ମର ଟ୍ରେଲର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ।

ଫିଲ୍ମଟି ବିଶାଲ ପୁରିଆଙ୍କ ଦ୍ୱାରା ନିର୍ଦ୍ଦେଶିତ। ତେବେ ବିଶାଲ ନୁସରତ ଭରୁଚାଙ୍କ ଫିଲ୍ମ ‘ଛୋରୀ’ ପାଇଁ ଜଣାଶୁଣା।

‘ମା’ ୨୭ ଜୁନ୍ ୨୦୨୫ରେ ସିନେମା ହଲ୍‌ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ପୂର୍ବରୁ ଫିଲ୍ମର ଟ୍ରେଲର ମେ ୨୯ ରେ ରିଲିଜ୍ ହୋଇଛି। କାଜୋଲ୍ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

ତେବେ ନିର୍ମାତା ପୋଷ୍ଟର ସେୟାର କରି ଲେଖିଥିଲେ ଯେ, ‘ଯେତେବେଳେ ଜଣେ ମାଆ ଭାଙ୍ଗି ପଡ଼େ, ସେତେବେଳେ ଜଣେ ଦେବୀ ଜନ୍ମ ନିଅନ୍ତି।

କାଜୋଲଙ୍କ ସହ ଏହି ଫିଲ୍ମରେ ଶିଶୁ କଳାକାର ଖିରିନ ଶର୍ମାଙ୍କୁ ଦେଖିବାକୁ ମିଳିବ। ଏହାବ୍ୟତୀତ ରୋନିତ ରୟ ଏବଂ ଇନ୍ଦ୍ରନୀଲ ସେନଗୁପ୍ତ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି କାଜୋଲଙ୍କ ସ୍ୱାମୀ ତଥା ଅଭିନେତା ଅଜୟ ଦେବଗନଙ୍କ ପ୍ରଯୋଜନା କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି।

Leave A Reply

Your email address will not be published.