ମୁମ୍ବାଇ: ଗତ କିଛି ଦିନ ଧରି ‘ହେରା ଫେରି ୩’କୁ ନେଇ ଚର୍ଚ୍ଚା ଚାଲିଛି। ପରେଶ ଫିଲ୍ମରୁ ଓହରିଯିବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିଲେ। ଏପରିକି ନୂଆ ବାବୁ ରାଓ କି ହେବେ ସେନେଇ ସର୍ଚ୍ଚ ଚାଲିଥିଲା।
ଅନେକ ପ୍ରଶଂସକମାନେ ନିର୍ମାତାଙ୍କୁ କହିଥିଲେ ଯେ ବାବୁ ରାଓଙ୍କ ବିନା ଫିଲ୍ମ ନିର୍ମାଣ କରନ୍ତୁ ନାହିଁ। ଆଉ କିଛି ପ୍ରଶଂସକ କହିଥିଲେ ଯେ ଅଭିନେତା ପଙ୍କଜ ତ୍ରିପାଠୀ ବାବୁ ରାଓଙ୍କ ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇ ପାରିବେ। ଏହା ମଧ୍ୟରେ AI ଏହାର କାମ ଆରମ୍ଭ କରିଦେଇଛି। କିନ୍ତୁ ଲୋକମାନଙ୍କୁ AI କାର୍ଯ୍ୟ ପସନ୍ଦ ଆସିନାହିଁ।
AI ପଙ୍କଜ ତ୍ରିପାଠୀଙ୍କୁ ବାବୁ ରାଓଙ୍କ ଆଇକନିକ୍ ଗେଟଅପରେ ଫିଟ୍ କରିବାକୁ ଚେଷ୍ଟା କରିଛି। କିନ୍ତୁ ଲୋକମାନଙ୍କୁ ଏହି ପ୍ରୟାସ ପସନ୍ଦ ଆସିନାହିଁ। ପଙ୍କଜଙ୍କ ଏହି AI ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।