ବହିଷ୍କାର ପରେ ପ୍ରଥମ ଭାବବିହ୍ବଳ ପୋଷ୍ଟ ଲେଖିଲେ ଲାଲୁଙ୍କ ବଡ ପୁଅ: କହିଲେ, ‘ଡିୟର ମମି, ପାପା…’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଦଳରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ନିଜର ମୁହଁ ଖୋଲିଛନ୍ତି । ଫେସବୁକରେ ଏକ ପୋଷ୍ଟ ଜାରି କରି ବାପାମାଙ୍କୁ ସମ୍ବୋଧିତ କରି ଏକ ଭାବପ୍ରବଣ ବାର୍ତ୍ତା ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଅଟଳ ବିଶ୍ୱସ୍ତତା ଏବଂ ଭକ୍ତିକୁ ଦର୍ଶଇଛନ୍ତି ତେଜ୍ । ଏଥିସହିତ କାହା ନା ନନେଇ ଦଳର କିଛି ସଦସ୍ୟଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ବିଶ୍ୱାସଘାତକତା ଏବଂ ପରିବାରର ଏକତାକୁ ନଷ୍ଟ କରିବାର ଅଭିଯୋଗ ଆଣିଛନ୍ତି ।

ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ ତାଙ୍କ ପ୍ରେମିକାକୁ ନେଇ ବିବାଦରେ ଫସିବା ପରେ ୬ମାସ ପାଇଁ ତାଙ୍କ ଦଳ ଏବଂ ପରିବାର ଉଭୟରୁ ବହିଷ୍କାର ହୋଇଛନ୍ତି। ସେ ତାଙ୍କ ପରିବାରଠାରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କ ପରିବାର ପ୍ରତି ତାଙ୍କର ଚିନ୍ତା ଏବଂ ପ୍ରେମ କମ୍ ହୋଇନାହିଁ । ସେ ତାଙ୍କ ପରିବାର ସହିତ ଭାବପ୍ରବଣ ଭାବରେ ଜଡିତ, ଏଥିପାଇଁ ତେଜ ପ୍ରତାପ ରବିବାର ସୋସିଆଲ ମିଡିଆରେ ଦୁଇଟି ପୋଷ୍ଟ କରିଥିଲେ, ସେ ପ୍ରଥମ ପୋଷ୍ଟ ବାପାମା ଲାଲୁ-ରାବରୀଙ୍କ ନାମରେ ଲେଖିଥିଲେ ଏବଂ ଦ୍ୱିତୀୟ ପୋଷ୍ଟ ଭାଇ ତେଜସ୍ୱୀଙ୍କ ପାଇଁ ଲେଖିଥିଲେ ଏବଂ କହିଥିଲେ ଯେ ଭାଇ, ଯେଉଁମାନେ ମୋତେ ମୋ ଅର୍ଜୁନଙ୍କଠାରୁ ଅଲଗା କରିବାର ସ୍ୱପ୍ନ ଦେଖନ୍ତି, ସେମାନେ କେବେବି ତୁମର ଷଡ଼ଯନ୍ତ୍ରରେ ସଫଳ ହେବେ ନାହିଁ, ତୁମେ କୃଷ୍ଣଙ୍କ ସେନା ନେଇପାରିବ କିନ୍ତୁ କୃଷ୍ଣଙ୍କୁ ନୁହେଁ, ମୁଁ ଶୀଘ୍ର ପ୍ରତ୍ୟେକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବି। କେବଳ ବିଶ୍ୱାସ ରଖ ଭାଇ। ମୁଁ ପ୍ରତ୍ୟେକ ପରିସ୍ଥିତିରେ ତୁମ ସହିତ ଅଛି। ମୁଁ ଏବେ ଦୂରରେ ଅଛି, କିନ୍ତୁ ମୋର ଆଶୀର୍ବାଦ ସବୁବେଳେ ତୁମ ସହିତ ଥିଲା ଏବଂ ରହିବ। ମୋର ଭାଇ, ମମି-ପାପାଙ୍କର ଯତ୍ନ ନିଅ, ଜୟଚାନ୍ଦ ସବୁଠି ଅଛନ୍ତି, ଭିତରେ ଏବଂ ବାହାରେ।”

ସେହିପରି ଏହାର କିଛି ସମୟ ପୂର୍ବରୁ ତେଜ ପ୍ରତାପ ଲାଲୁ ଯାଦବ ଏବଂ ରାବ୍ରୀ ଦେବୀଙ୍କୁ ପୋଷ୍ଟ କରି ଲେଖିଥିଲେ ଯେ “ମୋତେ କେବଳ ତୁମର ବିଶ୍ୱାସ ଏବଂ ପ୍ରେମ ଦରକାର ଆଉ କିଛି ନାହିଁ। ପାପା, ଯଦି ତୁମେ ସେଠାରେ ନଥାନ୍ତ, ତେବେ ନା ଏହି ଦଳ ସେଠାରେ ଥାନ୍ତା ନା ଜୟଚାନ୍ଦ ଭଳି କିଛି ଲୋକ ଯେଉଁମାନେ ମୋ ସହିତ ରାଜନୀତି କରନ୍ତି”, ଯାହା କହି କିଛି ଜୟଚାନ୍ଦଙ୍କ ଭଳି ଲୋକଙ୍କ ପାଇଁ ତାଙ୍କର ଏ ଅବସ୍ତା ବୋଲି ଦର୍ଶାଇଛନ୍ତି । କହିଛନ୍ତି ଯେ ସେ ତାଙ୍କ ଚାରିପାଖରେ ରହୁଥିବା କିଛି ଲୋକଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି, ଯାହାକୁ ସେ ଶୀଘ୍ର ପ୍ରକାଶ କରିବେ।

ତେବେ ଗତ ମେ ୨୫ ତାରିଖରେ ଆରଜେଡି ନେତୃତ୍ୱ ତେଜ୍ ପ୍ରତାପ ଯାଦବଙ୍କୁ ଦାୟିତ୍ୱହୀନ ଆଚରଣ ଏବଂ ଦଳର ମୂଲ୍ୟବୋଧ ଅନୁପଯୁକ୍ତ ଆଚରଣ ଦର୍ଶାଇ ଛଅ ବର୍ଷ ପାଇଁ ବହିଷ୍କାର କରିବା ପରେ ଏହା ତାଙ୍କର ପ୍ରଥମ ସାର୍ବଜନୀନ ବିବୃତ୍ତି।

Leave A Reply

Your email address will not be published.