୨୪୦୦ ଟଙ୍କାରେ ପହଞ୍ଚିଲା ପାର୍ଲେ ଜି ବିସ୍କୁଟ ଦାମ୍, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ: ପାର୍ଲେ ଜି ବିସ୍କୁଟ ବହୁ ପୁରୁଣା ସମୟରୁ  ଲୋକମାନଙ୍କ ଘରେ ଏକ ପରିଚିତ ନାମ ହୋଇରହିଛି। ଏହା କେବଳ ଏକ ବିସ୍କୁଟ ନୁହେଁ, ବରଂ ଏହା ସହିତ ବହୁ ପୁରୁଣା ସ୍ମୃତି ମଧ୍ୟ ଯୋଡି ହୋଇ ରହିଛି।

ତେବେ ଭାରତରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ଏହି ସାଧାରଣ ବିସ୍କୁଟ ଗାଜାରେ ଆକାଶ ଛୁଆଁ ଦରରେ ମିଳୁଛି। ଗାଜାରେ ବର୍ତ୍ତମାନ ଖାଦ୍ୟ ସଙ୍କଟ ରହିଥିବା ବେଳେ ଏହି ବିସ୍କୁଟର ମୂଲ୍ୟ ୨୪ ୟୁରୋ ଅର୍ଥାତ୍ ପ୍ରାୟ ୨୪୦୦ ଟଙ୍କାରେ ପହଞ୍ଚିଛି। ଟ୍ୱିଟର ରେ ମହମ୍ମଦ ଜାଭେଦ ନାମକ ଜଣେ ବ୍ୟକ୍ତି ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ବହୁତ ଅପେକ୍ଷା ପରେ ଶେଷରେ ସେ ତାଙ୍କ ପୁଅ ରଫି ପାଇଁ ତାର ପ୍ରିୟ ବିସ୍କୁଟ ପାଇଛନ୍ତି। କିନ୍ତୁ ଏହାର ମୂଲ୍ୟ ୧.୫ ୟୁରୋରୁ ୨୪ ୟୁରୋକୁ ବୃଦ୍ଧି ପାଇଛି।

ଏହି  ଭିଡିଓ ଭାଇରାଲ ହେବା ପରେ ଭାରତର ଲୋକମାନେ ପାର୍ଲେ କମ୍ପାନୀ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କରଙ୍କୁ ମଧ୍ୟ ଚିଠି ଲେଖି ପାଲେଷ୍ଟାଇନୀ ନାଗରିକଙ୍କୁ ଅଧିକ ପାର୍ଲେ ଜି ପଠାଇବା ପାଇଁ ନିବେଦନ କରିଛନ୍ତି।

କଳାବଜାରୀ ଯୋଗୁଁ ଗାଜାରେ ରହୁଥିବା ପାଲେଷ୍ଟାଇନୀ ନାଗରିକମାନଙ୍କୁ ବର୍ତ୍ତମାନ୍  ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟ ଦେଶରୁ ଖାଦ୍ୟ ସାମଗ୍ରୀ  ଗୁଡ଼ିକୁ  ମାନବିକ ସହାୟତା ଭାବରେ ଗାଜାକୁ ପଠାଯାଉଥିବା କଥା ଲୋକମାନେ କହିଥିଲେ। ଏହା ସତ୍ୱେ ମଧ୍ୟ କିଛି ଲୋକ ହିଁ ଏହାର ସହାୟତା ପାଇ ପାରୁଛନ୍ତି।

ତେବେ ବର୍ତ୍ତମାନ୍ ଗାଜାରେ ୧ କିଲୋ ଚିନିର ମୂଲ୍ୟ ୪୯୧୪ ଟଙ୍କା, ୧ କିଲୋ ଖାଇବା ତେଲର ମୂଲ୍ୟ ୪୧୭୭ ଟଙ୍କା, ୧ କିଲୋ ପିଆଜର ମୂଲ୍ୟ ୪୪୨୩ ଟଙ୍କା, ୧ କପ୍ କଫିର ମୂଲ୍ୟ ୧୮୦୦ ଟଙ୍କା ଥିବା ବେଳେ ୧ କିଲୋ ଆଳୁର ମୂଲ୍ୟ ୧୯୬୫ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.