ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କୁ ନେଇ ଏହି ଫିଲ୍ମ କରିବେ । ପୂର୍ବରୁ ସ୍ପିରିଟ ଓ କଲକୀ ୨ଫିଲ୍ମରୁ ଦୀପିକା ବାଦ ପଡିବା ଖବର ପ୍ରକାଶ ପାଇଥିଲା । ରିପୋର୍ଟ ଅନୁସାରେ ସ୍ପିରିଟ ଫିଲ୍ମ ପାଇଁ ୮ ଘଂଟିକିଆ ଶିଫ୍ଟ ଓ ୩୫ ଦିନ ଶୁଟିଂ ପାଇଁ ଦୀପିକା ୨୫ କୋଟି ଦାବୀ କରିଥିଲେ । ଏହା ବ୍ୟତୀତ ଲାଭର ୧୦ ପ୍ରତିଶତ ମଧ୍ୟ ଆଶା କରିଥିଲେ । ମେକର୍ସଙ୍କୁ ଏହା ପସନ୍ଦ ଆସି ନ ଥିଲା ଏବଂ ସେ ଦୀପିକାଙ୍କୁ ଫିଲ୍ମରୁ ବାହାର କରି ଦେଇଥିଲେ ।