ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ; ପଞ୍ଚାୟତିରାଜ ବିଭାଗ କରିବ ଉନ୍ନତି

ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୧୦୦ରୁ ୧୫୦ ଗାଁକୁ ମହାପୁରୁଷ ଆଦର୍ଶ ଗାଁ କରିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରାୟ ୧୦୦ରୁ ୧୫୦ ଗ୍ରାମକୁ ‘ମହାପୁରୁଷ ଆଦର୍ଶ’ ଗ୍ରାମରେ ବିକଶିତ କରିବା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଗ୍ରାମଗୁଡ଼ିକୁ ବିକଶିତ କରାଯିବ ।

ସେହି ଗାଁର ଉନ୍ନତି ପଞ୍ଚାୟତିରାଜ ବିଭାଗ କରିବ । ୯ ରୁ ୧୦ ବିଭାଗ ମିଳିତ ଭାବେ କାମ ହେବ ।

ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ଏହି ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ସ୍ବରୂପ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ଉପରେ ଧ୍ୟାନ ପ୍ରଦାନ କରାଯିବ। ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ରହିବେ ଅଧ୍ୟକ୍ଷ, ଜିଲ୍ଲାସ୍ତରରେ ଜିଲ୍ଲାପାଳ, ବ୍ଲକ ସ୍ତରରେ ବିଡ଼ିଓ ରହିବେ ଅଧ୍ୟକ୍ଷ ।

ମନ୍ତ୍ରୀ କହିଛନ୍ତି ଯେ, ଏସମ୍ପର୍କରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ସେହି ଗ୍ରାମଗୁଡ଼ିକର ଦ୍ରୁତ ବିକାଶ ସୁନିଶ୍ଚିତ କରିବା ପାଇଁ ନଅ ରୁ ଦଶଟି ବିଭାଗ ନିଜ ନିଜର ଯୋଗଦାନ ଦେବେ। ଏଥିପାଇଁ ବଜେଟ ପ୍ରସ୍ତୁତ ହେଉଛି। ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.