ଭୁବନେଶ୍ୱର: କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର। ଗତ କିଛି ଦିନ ଲଗାତାର ସୁନା ଦର କମିଚାଲିଥିଲା। ହେଲେ ଏବେ ସୁନା ଦର ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣି ଲକ୍ଷେ ଟପିଯିବ କି ସୁନ ମୂଲ୍ୟ ନେଇ ଗ୍ରାହକଙ୍କ ମନରେ ଛନକା। ଜୁନ୍ ୧୧ ଅର୍ଥାତ୍ ବୁଧବାର ବୃଦ୍ଧି ପାଇଛି ସୁନା ଦର ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୮,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା । ଏଥିରେ ୮୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୦,୨୦୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ଥିଲା । ଏଥିରେ ୭୫୦ ଟଙ୍କା ହ୍ରାସ ହୋଇଛି।