ଭୁବନେଶ୍ୱର : ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିଲା ନୂଆ ନିୟମ। ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC ଓ୍ଵେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଆଧାର ପ୍ରାମାଣିକରଣ ବାଧ୍ୟତାମୂଳକ କରାଯାଇଛି। ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ଯାଞ୍ଚ ବି ଆବଶ୍ୟକ। ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ତତ୍କାଳ ଟିକେଟ୍ ବୁକ୍ କରିବା ପାଇଁ ଇ-ଆଧାର ବ୍ୟବହାର କରିବାକୁ ପଡ଼ିବ, ଯାହା ଡିଜିଟାଲ୍ ରୂପରେ ଆଧାର କାର୍ଡର ସତ୍ୟତା ଯାଞ୍ଚ କରିବ।
ଏହା ଦ୍ୱାରା ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ଫଳପ୍ରଦ ଓ ସୁରକ୍ଷିତ କରାଯିବ ବୋଲି କହିଛି ରେଳ ବିଭାଗ। ତେବେ ଏସି ପାଇଁ ସକାଳ ୧୦ରୁ ୧୦.୩୦ ଓ ନନ୍-ଏସି ଶ୍ରେଣୀ ପାଇଁ ୧୧ ଟା ୧୧ଟା ୩୦ ମଧ୍ୟରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ। IRCTC ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ। କନଫର୍ମ ତତ୍କାଳ ଟିକେଟ୍ ବାତିଲ କରିବାରେ କୌଣସି ରିଫଣ୍ଡ ମିଳିବ ନାହିଁ।