ଭୁବନେଶ୍ୱର: ଅଭିନେତ୍ରୀ ରାଣୀପଣ୍ଡା ତିଆରି କଲେ ନୂଆ ଯାତ୍ରାପାର୍ଟି। ଆଜି ଏନେଇ ପ୍ରେସ୍ ମିଟ୍ କରି କହିଛନ୍ତି ରାଣୀ। ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ।
ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି, ‘ଓଡ଼ିଶାବାସୀଙ୍କ ଆଗରେ ମୁଁ କହୁଛି, ଯାତ୍ରା ମାଲିକ ପିଣ୍ଟୁ ବାବୁଙ୍କୁ ବି କହୁଛି। ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଛି। ଏ ଅନୁଷ୍ଠାନକୁ ମୁଁ ଆଗକୁ ନେଇ ପାରୁନାହିଁ।’
ଅଗଷ୍ଟ ୧୫ରେ ଯାତ୍ରା ପରିବେଷଣ କରିବ ତାଙ୍କ ନିଜ ପାର୍ଟି ବୋଲି ରାଣୀ ପଣ୍ଡା ସୂଚନା ଦେଇଛନ୍ତି। କିଛି ଦିନ ତଳେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ରାଣୀଙ୍କୁ ନେଇଥିଲା। ବୁକିଙ୍ଗ ବି ହୋଇଥିଲେ ନାମୀ ଦାମୀ କଳାକାର। କମିଟି ବି ଭଲ ଲାଭ ଆଶାରେ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ବୁକିଙ୍ଗ କରିଥିଲେ। ହେଲେ ଆଭ୍ୟନ୍ତରୀଣ ବିବାଦ ପାଇଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରକୁ ଛାଡିଥିବା ରାଣୀ କହିଛନ୍ତି।