ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି: ମେୟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍ ଯାଇଛି । ପାଇପ୍ ଲିକ୍ ହୋଇଥିବାରୁ ପାଣି ଦୂଷିତ ହୋଇଛି । ପାଣି ପାଇପ୍ ଲିକ୍ ହୋଇଥିବା ଉତ୍ସ ଜଣାପଡ଼ିଛି । ତୁରନ୍ତ ଏହାର ମରାମତି ସହ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମେୟର ଦାସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି ସେହି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ । ବିଏମସି ହେଲଥ ୟୁନିଟ୍ କାମରେ ଲାଗି ପଡ଼ିଛନ୍ତି । ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମ୍‌ସି ମେୟର ସଲୋଚନା ଦାସ ।

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଭୁବନେଶ୍ୱର ମହାନଗର ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମେୟର କହିଛନ୍ତି ।
Leave A Reply

Your email address will not be published.