ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ସାଈ ସୁଦର୍ଶନ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ଅବଶ୍ୟ ସାଈ ଖାତା ଖୋଲି ନ ପାରି ପ୍ରଥମ ଇନିଂସରେ ପ୍ୟାଭିଲିୟନ ଫେରି ଯାଇଛନ୍ତି । ତେବେ ବିରାଟ କୋହଲି, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡଙ୍କ ସହ ତାଙ୍କର ଏକ ସଂଯୋଗ ସୃଷ୍ଟି ହୋଇଛି । ଜୁନ ୨୦ରେ ଏହି ଖେଳାଳିମାନେ ସେମାନଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦ ଜୁନ ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ କ୍ୟାରିୟର ଆରମ୍ଭ କରିଥିଲେ ।