ସର୍ଜରୀ ପରେ ନବୀନ ସୁସ୍ଥ ହେଉଛନ୍ତି: ଭାଇ ପ୍ରେମ ପଟ୍ଟନାୟକ

ଭୁବନେଶ୍ୱର: ମୁମ୍ବାଇରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ସର୍ଜରୀର ଦିନକ ପରେ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରତିକ୍ରିୟା ରଖିଛନ୍ତି।

ସୋମବାର ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅପଡେଟ୍ ସେୟାର କରିଛନ୍ତି।

ଅସ୍ତ୍ରୋପଚାର ପରେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଛନ୍ତି। ସେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ଓଡ଼ିଶାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ନବୀନଙ୍କ ଗତକାଲି ଏକ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ବହୁତ ଭଲ ଅଛନ୍ତି ବୋଲି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ୍ ସର୍ଜରୀ ସଫଳ ହୋଇଥିଲା। ଏନେଇ ସୂଚନା ଦେଇଥିଲେ ଡାକ୍ତର ରମାକାନ୍ତ ପଣ୍ଡା। ସେ କହିଥିଲେ ଯେ, ଏବେ ନବୀନ ସୁସ୍ଥ ଅଛନ୍ତି । କଥା ବି ହେଉଛନ୍ତି । ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କୁ ଅବଜରଭେସନରେ ରଖାଯାଇଛି। ତାଙ୍କୁ ଆଗାମୀ ୫ ରୁ ୬ ଦିନ ମଧ୍ୟରେ ଡିସଚାର୍ଜ କରାଯିବ। ଏହା ପରେ ନବୀନ ଭୁବନେଶ୍ବର ଫେରିପାରନ୍ତି ବୋଲି ଆଶା କରାଯାଉଛି।

Leave A Reply

Your email address will not be published.