ଚେନ୍ନାଇ: ସାଉଥ ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରର ଶେଷ ଫିଲ୍ମ କରିବାକୁ ଯାଉଛନ୍ତି । ଜନ ନାୟକନ ପରେ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଚରମସୀମାରେ ରହିଛି । ବିଜନେସ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଜୟ ଏହି ଫିଲ୍ମ ପାଇଁ ୨୭୫ କୋଟି ଟଙ୍କା ନେଇଛନ୍ତି । ଫିଲ୍ମର ଲାଭରେ କିନ୍ତୁ ତାଙ୍କୁ କୌଣସି ଅଂଶ ମିଳିବ ନାହିଁ । ଏହି ଫିଲ୍ମକୁ ଏଚ ବିନୋଦ ନିର୍ଦ୍ଦେଶନା ଦେଉଛନ୍ତି । କେଭିଏନ ପ୍ରଡକ୍ସନ ଏହାର ମେକର୍ସ ରହିଛି । ବିଜୟଙ୍କ ଏହି ଚର୍ଚ୍ଚିତ ଫିଲ୍ମରେ ବବି ଦେଓଲ ଓ ପୂଜା ହେଗଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ସେପ୍ଟମ୍ବର ୨୦୨୪ରେ ଥଲାପତି ୬୯ ନାମରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଜାନୁୟାରୀ ୨୦୨୫ରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା ।