ପୁରୀ: ରବିବାର ସକାଳୁ ଶରଧାବାଲିରେ ହୋଇଥିବା ଦଳାଚକଟା ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପୁରୀର ନୂଆ ଏସପି ଭାବେ ଆଇପିଏସ୍ ପିନାକ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ପୁରୀ ଏସପି ଭାବେ ଦାୟିତ୍ବ ନେବା ପରେ ପିନାକ ମିଶ୍ରଙ୍କ ସୂଚନା । ସେ କହିଛନ୍ତି ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି । ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି । ଅଘଟଣ ନେଇ ମୁଁ ଏବେ କହିବା ଠିକ୍ ହେବ ନାହିଁ । ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ୍ ଭାବେ ହେବ ପ୍ରାଥମିକତା ।
ସୂଚନାଯୋଗ୍ୟ, ଆଜି ଭୋର ସକାଳୁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ଆକ୍ସନ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଏବେ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ସେହିପରି ରଥ ଅଘଟଣ ପାଇଁ ପୁରୀ ଏସ୍ପି ବିନିତ ଅଗ୍ରୱାଲ ବି ବଦଳି କରାଯାଇ ତାଙ୍କ ସ୍ଥାନରେ ଆଇପିଏସ୍ ପିନାକ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି ।
ସେପଟେ, ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଓଡ଼ିଶା ପୋଲିସର ଜରୁରୀ ସୂଚନା । ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ‘ଏକ୍ସ’ ଜରିଆରେ ସୂଚନା । ଦୁଇ ଘଣ୍ଟା କିମ୍ବା ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଦୟାକରି ଏହାକୁ ଧ୍ୟାନ ଦିଅନ୍ତୁ । ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି କୁହାଯାଇଛି ।