ମୁମ୍ବାଇ: ବିଗବସ ଫେମ ତଥା ‘କାଣ୍ଟା ଲଗା ଗାର୍ଲ’ ଭାବରେ ଜଣାଶୁଣା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଛି। ଏହି ଖବର ଏଣ୍ଟରଟେନମେଣ୍ଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।
ଅନେକ ସେଲିବ୍ରିଟି ଏବଂ ଶେଫାଲିଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଅଭିନେତ୍ରୀଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ପ୍ରକାଶ କରାଯାଇଛି। ତେବେ ମାତ୍ର ୪୨ ବର୍ଷ ବୟସରେ ଶେଫାଲିଙ୍କ ଦେହାନ୍ତ ହୋଇଛି।
ଉଲ୍ଲେଖନୀୟ ଯେ, ୨୦୦୨ ମସିହାରେ ଶେଫାଲି ଜରିୱାଲାଙ୍କ ଗୀତ ‘କାଣ୍ଟା ଲଗା’ ରିଲିଜ୍ ହୋଇଥିଲା। ଯାହା ପରେ ସେ ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ। ଏହି ଗୀତଟି ଏତେ ହିଟ୍ ହୋଇଥିଲା ଯେ ଶେଫାଲି ରାତାରାତି ଷ୍ଟାର ହୋଇଯାଇଥିଲେ। ଏହା ପରେ ସେ ‘ମୁଝସେ ଶାଦୀ କରୋଗୀ’ ଭଳି ଫିଲ୍ମ ଏବଂ ଅନେକ ସଂଗୀତ ଆଲବମ କରିଥିଲେ। ଶେଫାଲିଙ୍କୁ ‘ବିଗ୍ ବସ୍ ୧୩’ ଏବଂ ‘ନଚ୍ ବଲିୟେ ୫’ ଭଳି ରିଆଲିଟି ଟିଭି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା।