ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ସହ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ସେବାୟତଙ୍କ ସହ ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହାପରେ ଅଫିସର ମାନଙ୍କୁ ନେଇ ହେବ ବୈଠକ । ମୁଖ୍ୟମନ୍ତ୍ରୀ ନେବେ ବୈଠକ । ପରେ ସେବକଙ୍କ ସହ ଆଲୋଚନା କରିବେ ନିଜେ ମୁଖ୍ୟମନ୍ତ୍ରୀ । ସେବକ ଅସନ୍ତୋଷର ହେଲା ସମାଧାନ । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ଶୃଙ୍ଖଳିତ କରିବାକୁ ସେବକ ଦେଲେ ପ୍ରତିଶୃତି ।
ସେବକଙ୍କ ସମସ୍ୟା ଉପରେ ହେଲା ଆଲୋଚନା । ପ୍ରତି ୩ ମାସରେ ଛତିଶା ନିଯୋଗରେ ସେବକ ସମସ୍ୟା ନେଇ ହେବ ଆଲୋଚନା । ରଥଯାତ୍ରା ଦିନ ରଥ ଉପରେ ଅନଧିକୃତ ସେବକ ଚଢ଼ି ନଥିଲେ ବୋଲି ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ ସରକାରଙ୍କ ତରଫରୁ ସେବକଙ୍କୁ କ୍ଷମା ମାଗିଲେ । ଅନଧିକୃତ ଶବ୍ଦ ବ୍ୟବହାର ନେଇ ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ ।