ଭୁବନେଶ୍ୱର: ବଲାଙ୍ଗୀର, ନବରଙ୍ଗପୁର ଓ ଗଞ୍ଜାମ (ପୂର୍ବ) ସାଙ୍ଗଠନିକ ଜିଲ୍ଲାରେ ଜିଲ୍ଲା ସଂଯୋଜକ ନିଯୁକ୍ତି ହୋଇନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ୩ଟି ପୃଥକ ଷ୍ଟିଅରିଂ କମିଟି ଗଠନ କରି ସେମାନଙ୍କ ନାମ ତାଲିକା ନିମ୍ନମତେ ଘୋଷଣା କରିଛନ୍ତି ।
ବଲାଙ୍ଗୀର ଜିଲ୍ଲା ଷ୍ଟିଅରିଂ କମିଟିରେ ଅନିଲ ମେହେର-ଆବାହାକ ଭାବେ ରହିଥିବାବେଳେ ସର୍ବଶ୍ରୀ ସମରେନ୍ଦ୍ର ମିଶ୍ର, ଅଶୋକ ନନ୍ଦ, ରାଧାକାନ୍ତ ନାୟକ, ନରେନ୍ଦ୍ର ମେହେର, ସନ୍ତକ ବହିଦାର ଓ ବିରେନ୍ଦ୍ର ବାଗ ସଦସ୍ୟ ଭାବରେ ରହିଛନ୍ତି ଏବଂ ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ, ଗଣେଷ ସାହୁ ଓ ଆକବର ଖାନ୍ ନିମନ୍ତ୍ରିତ ସଦସ୍ୟଭାବେ ରହିଛନ୍ତି ।
ଅନୁରୂପ ଭାବରେ ଗଞ୍ଜାମ (ପୂର୍ବ) ସାଂଗଠନିକ ଜିଲ୍ଲା ଷ୍ଟିଅରିଂ କମିଟିରେ ଡଃ ତ୍ରିନାଥ ବେହେରା – ଆବାହାକ ରହିଥିବା ବେଳେ ରଶ୍ମିରଞ୍ଜନ ପଟ୍ଟନାୟକ-ସହ ଆବାହକ ରହିଛନ୍ତି ଏବଂ ସର୍ବଶ୍ରୀ ଶାକା ସୁଜିତ କୁମାର, ଗଣପତି ବାରିକ, ଶ୍ୟାମ ସୁନ୍ଦର ସାହୁ ଓ ବିକାଶ ନାୟକ ସଦସ୍ୟ ଭାବରେ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।