ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ କରି ଅଲଆଉଟ ହୋଇ ଯାଇଛି । ଗିଲ ୨୬୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଦ୍ୱିଶତକ ହାସଲ କରିଛନ୍ତି । ଅନ୍ୟମାନଙ୍କ ଯଶସ୍ୱୀ ଜୈସୱାଲ ୮୭ ଓ ରବୀନ୍ଦ୍ର ଜାଡେଜା ୮୯ ରନ କରିଥିଲେ । ସେହିପରି ୱାଶିଂଟନ ସୁନ୍ଦର ୪୨, କରୁଣ ନାୟାର ୩୧ ଓ ରିଷଭ ପନ୍ତ ୨୫ ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଶୋଏବ ବଶୀର ସର୍ବାଧିକ ୩ଟି ୱିକେଟ ନେଇଥିଲେ । କ୍ରିସ ୱକସ ଓ ଜୋଶ ଟଙ୍ଗ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି ।