ମା ଓ ବାପା ବନିବେ ରାଜକୁମାର ରାଓ ଏବଂ ପତ୍ରଲେଖା

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ପିତାମାତା ହେବାକୁ ଯାଉଛନ୍ତି। ଏନେଇ ସେ

ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏହି ଖୁସି ଖବର ସେୟାର କରିବା ପରେ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜକୁମାର ରାଓ ଏବଂ ପତ୍ରଲେଖା ସେମାନଙ୍କର ପ୍ରଥମ ସନ୍ତାନର ଆଶା କରୁଛନ୍ତି। ସେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସୁନ୍ଦର ଫଟୋ ସେୟାର କରିବା ସହ ଲେଖିଛନ୍ତି, ‘ବେବି ଅନ୍ ଦ ୱେ’।

ମିଡିଆ ରିପୋର୍ଟ ଅନୁସାରେ, ରାଜକୁମାର ଏବଂ ପତ୍ରଲେଖାଙ୍କ ପ୍ରେମ କାହାଣୀ ଖୁବ୍ ନିଆରା। ସେମାନେ ଏକ ଦଶନ୍ଧି ପୂର୍ବେ ପରସ୍ପରକୁ ଭେଟିଥିଲେ। ୨୦୧୪ରେ ‘ସିଟିଲାଇଟ୍ସ’ ଫିଲ୍ମରେ ଏକାଠି କାମ କରିବା ପରେ ସେମାନଙ୍କ ପ୍ରେମ ଆହୁରି ଗଭୀର ହୋଇଥିଲା। ରାଜକୁମାର ପ୍ରଥମ ଦେଖାରେ ପତ୍ରଲେଖାଙ୍କ ପ୍ରେମରେ ପଡ଼ିଯାଇଥିଲେ। ୨୦୨୧ ମସିହାରେ ରାଜକୁମାର ପତ୍ରଲେଖାଙ୍କୁ ପ୍ରପୋଜ କରିଥିଲେ। ପରେ ନଭେମ୍ବର ୧୫ରେ ଦୁହେଁ ଚଣ୍ଡିଗଡ଼ରେ ବିବାହ କରିଥିଲେ।

ରାଜକୁମାର ଏକ ସାକ୍ଷାତକାରରେ କହିଥିଲେ ଯେ ପତ୍ରଲେଖା ତାଙ୍କୁ ମୁମ୍ବାଇରେ କେବେ ଏକାକୀ ଅନୁଭବ କରିବାକୁ ଦେଇନଥିଲେ। ସେ କହିଥିଲେ, “ମୁଁ ଭାଗ୍ୟବାନ ଯେ ମୁଁ ୨୦୧୦ ମସିହାରେ ପତ୍ରଲେଖାଙ୍କୁ ପାଇଲି। ୧୫ ବର୍ଷ ମଧ୍ୟରେ ୧୧ ବର୍ଷର ଡେଟିଂ ଏବଂ ବୈବାହିକ ଜୀବନରେ ସେ ମୋର ସବୁଠାରୁ ବଡ଼ ଶକ୍ତି।”

Leave A Reply

Your email address will not be published.