କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲା ବୈଦେଶିକ ମନ୍ତ୍ରଣାଳୟ

ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ।

ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର କରିଥିଲେ। ଯାହାପରେ ରାଜନୀତି ଜୋର ଧରିଥିଲା।

ଅଧିକ ପଢନ୍ତୁ:- କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲେ ନବୀନ

ବୈଦେଶିକ ମନ୍ତ୍ରଣାଳୟ (MEA) ଏହି ଘଟଣାକୁ ଏକ ‘ଘୃଣ୍ୟ’ ଏବଂ ‘ଦୁଃଖଦ’ କାର୍ଯ୍ୟ ବୋଲି କହିଛି। ଯାହା ମହୋତ୍ସବକୁ ଭଣ୍ଡୁର ପାଇଁ ଉଦ୍ୟମ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଟୋରଣ୍ଟୋରେ ରଥଯାତ୍ରା ସମୟରେ ବିଭ୍ରାଟ ସମ୍ପର୍କରେ ଆମେ ରିପୋର୍ଟ ଦେଖିଛୁ। ଏପରି ଘୃଣ୍ୟ କାର୍ଯ୍ୟ ଦୁଃଖଦ ଏବଂ ଉତ୍ସବର ଆତ୍ମା ବିରୁଦ୍ଧରେ, ଯାହା ଏକତା, ଅନ୍ତର୍ଭୁକ୍ତି ଏବଂ ସାମାଜିକ ସଦ୍ଭାବକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରେ।”

Leave A Reply

Your email address will not be published.