ଗ୍ରୁପ୍ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ- ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଐତିହାସିକ ମିଶନ ସମ୍ପୂର୍ଣ୍ଣ କରି ଆଜି ପୃଥିବୀ ପୃଷ୍ଠକୁ ଫେରିଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶଚାରୀ ରୂପେ ଆଇଏସଏସକୁ ଯାତ୍ରା କରିଥିବା ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁକ୍ଳାଙ୍କ ସଫଳତା ଦେଶର ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ।

 

ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି: ‘‘ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଐତିହାସିକ ମହାକାଶ ମିଶନରୁ ପୃଥିବୀକୁ ଫେରିବା ପରେ ସାରା ଦେଶବାସୀଙ୍କ ସହ ମୁଁ ତାଙ୍କୁ ସ୍ୱାଗତ ଜଣାଉଛି। ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରି ସେ ନିଜର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ଦ୍ୱାରା କୋଟି କୋଟି ଲୋକଙ୍କ ସ୍ୱପ୍ନକୁ ଅନୁପ୍ରାଣିତ କରିଛନ୍ତି । ଆମର ନିଜସ୍ୱ ମାନବ ମହାକାଶ ଯାନ ଅଭିଯାନ- ଗଗନୟାନ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ।’’

Leave A Reply

Your email address will not be published.