ସିଙ୍ଗଡ଼ା, ଜିଲାପି ସ୍ବାସ୍ଥ୍ୟ ପ୍ରତି ହାନିକାରକ; ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କିଛିଦିନ ତଳେ ସିଙ୍ଗଡ଼ା, ଜିଲାପି ଏବଂ ମିଠା ଭଳି ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଯାହା ପରେ ସରକାର ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଭାରତ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ କରି ଏସବୁ ଖବର ଗୁଡ଼ିକୁ ସମ୍ପୂର୍ଣ୍ଣ ‘ମିଥ୍ୟା’ ବୋଲି କହିଛି।

ଏଥିସହ ସଂସ୍ଥା ସ୍ପଷ୍ଟ  କରିଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପରି କୌଣସି ନିର୍ଦ୍ଦେଶ, ଚେତାବନୀ କିମ୍ବା ପରାମର୍ଶ ଜାରି କରିନାହିଁ। ପ୍ରତ୍ୟେକ ଖାଦ୍ୟ ପଦାର୍ଥକୁ ଯଦି ସନ୍ତୁଳିତ ମାତ୍ରାରେ ଖିଆ ହୁଏ ତାହେଲେ ଏହା ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଇନଥାଏ। ପିଆଇବି ଭାରତୀୟ ସଂସ୍କୃତି ଏବଂ ଖାଦ୍ୟକୁ ନେଇ କୌଣସି ପରିହାସ କରିନାହିଁ କିମ୍ବା କୌଣସି ଗୁଜବ ମଧ୍ୟ ପ୍ରଚାର କରିନାହିଁ ବୋଲି ମଧ୍ୟ କହିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଯେ କୌଣସି ଖବରକୁ ଯାଞ୍ଚ ନକରି ବିଶ୍ୱାସ କରିବା ଉଚିତ୍ ନୁହେଁ ବୋଲି ମଧ୍ୟ କୁହାଯାଇଛି।

ସ୍ୱାସ୍ଥ୍ୟ କିମ୍ବା ସରକାରୀ ନୀତି ବିଷୟରେ ସତ୍ୟତା ଜାଣିବାକୁ ହେଲେ ସର୍ବଦା  PIB ଫ୍ୟାକ୍ଟ ଚେକ୍, ସରକାରୀ ୱେବସାଇଟ୍ କିମ୍ବା ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ୍ ଉପରେ ହିଁ ବିଶ୍ୱାସ କରିବାକୁ ନିବେଦନ କରାଯାଇଛି।

Leave A Reply

Your email address will not be published.