ତେଲୁଗୁ ସିନେମାକୁ ପୁଣି ଫେରୁଛନ୍ତି ଅଭିନେତ୍ରୀ ସାମନ୍ଥା

ଚେନ୍ନାଇ: ସାଉଥ୍ ହିରୋଇନ୍ ସାମନ୍ଥା ହରର କମେଡି ଫିଲ୍ମ ‘ଶୁଭମ’ ଜରିଆରେ ପ୍ରଯୋଜକ ଭାବରେ ଡେବ୍ୟୁ କରିଥିଲେ ଓ ଏଥିରେ ସେ ଏକ କ୍ୟାମିଓ ଭୂମିକାରେ ନଜର ମଧ୍ୟ ଆସିଥିଲେ।ଆଉ ଏବେ ସେ ଏକ ଟଲିଉଡ୍ ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ।

 

୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଓହ ବେବି’ର ନିର୍ଦ୍ଦେଶକ ନନ୍ଦିନୀ ରେଡ୍ଡୀଙ୍କ ସହ ପୁଣି ଥରେ କାମ କରିବାକୁ ଯୋଜନା କରୁଥିବା ନେଇ ଜଣାପଡ଼ିଛି। ତେବେ ନନ୍ଦିନୀ ଗମ୍ଭୀର କାହାଣୀ ଏବଂ ପ୍ରଭାବଶାଳୀ ଚରିତ୍ର ପାଇଁ ଇଣ୍ଡଷ୍ଟ୍ରିରେ ଜଣାଶୁଣା।

 

୨୦୨୧ରେ ୱେବ୍ ସିରିଜ ‘ଦି ଫ୍ୟାମିଲି ମ୍ୟାନ୍’ ସିଜନ୍ ୨ ଜରିଆରେ ସେ ହିନ୍ଦୀ ମନୋରଞ୍ଜନ ଜଗତରେ ପ୍ରବେଶ କରିଥିଲେ।

 

ତେବେ ନେଟଫ୍ଲିକ୍ସର ଆଗାମୀ ସିରିଜ୍ ‘ରକ୍ତ ବ୍ରହ୍ମାଣ୍ଡ’ ରେ ମଧ୍ୟ ସାମନ୍ଥା ନଜର ଆସିବେ। ଏହି ସିରିଜ୍ D2R ଫିଲ୍ମସ୍ ବ୍ୟାନରରେ ରାଜ୍ ଏବଂ ଡିକେ ଦ୍ୱାରା ପ୍ରଯୋଜିତ ହୋଇଥିବା ବେଳେ ଏଥିରେ ସାମନ୍ଥାଙ୍କ ବ୍ୟତୀତ, ଆଦିତ୍ୟ ରୟ କପୁର, ଅଲି ଫଜଲ୍, ଭାମିକା ଗବ୍ବି ଏବଂ ଜୟଦୀପ ଆହଲାୱତଙ୍କ ଭଳି ଅଭିନେତା ମାନେ ନଜର ଆସିବେ।

Leave A Reply

Your email address will not be published.