ଏମିତି ବି ଆସେ ମୃତ୍ୟୁ; ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳି ପଡିଲେ ଯୁବକ

ହାଇଦ୍ରାବାଦ:ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଜଣଙ୍କ ହଠାତ୍‌ ଟଳି ପଡ଼ିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ନିଶ୍ଚିତ କରିଛନ୍ତି।

 

ମୃତ ରାକେଶ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଘଟଣାଟି ରବିବାର ରାତିରେ ଘଟିଥିଲା। ସେ ଖମ୍ମମ୍ ଜିଲ୍ଲାର ତଲ୍ଲାଡା ଗ୍ରାମର ପୂର୍ବତନ ଉପ-ସରପଞ୍ଚ ଗୁଣ୍ଡଲା ଭେଙ୍କଟେଶ୍ୱରଲୁଙ୍କ ପୁଅ ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ରାକେଶ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ସଟଲ୍ କକଟି ଉଠାଇବା ପରେ ହଠାତ୍ ପଡ଼ିଯାଆନ୍ତି।

ତାଙ୍କ ବନ୍ଧୁମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ମୃତ୍ୟୁର କାରଣ ହୃଦଘାତ ଥିଲା।

ଏହି ଘଟଣା ପୁଣି ଥରେ ଚିନ୍ତା ସୃଷ୍ଟି କରିଛି ଯେ, ଯୁବବର୍ଗଙ୍କ ଠାରେ ହଠାତ୍ ହୃଦଘାତ ହେବା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିରନ୍ତର ପରାମର୍ଶ ଦେଉଛନ୍ତି ଯେ ଯୁବବର୍ଗଙ୍କୁ ନିୟମିତ ଡାକ୍ତରୀ ଯାଞ୍ଚ କରିବା ଉଚିତ,ବିଶେଷକରି ଯେଉଁମାନେ ହାଇ-ଇଣ୍ଟେସିଟି ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି।

Leave A Reply

Your email address will not be published.