ଅଗଷ୍ଟ ୨ରେ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ।

 

ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ବାରାଣସୀରେ ୨୦,୫୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଜାରି କରିବେ। ଏହା ଦ୍ୱାରା ସାରା ଦେଶର ୯.୭ କୋଟି ଚାଷୀ ଉପକୃତ ହେବେ। ସରକାରଙ୍କ ଏହି ଯୋଜନା ୨୦୧୯ରେ ପ୍ରଚଳନ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ୧୯ଟି କିସ୍ତି ମାଧ୍ୟମରେ ୩.୬୯ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛି।

 

କୃଷି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କୁହାଯାଇଥିଲା ଯେ, “ପ୍ରଧାନମନ୍ତ୍ରୀ-କିଷାନର ପରବର୍ତ୍ତୀ କିସ୍ତି ୨ ଅଗଷ୍ଟରେ ଜାରି କରାଯିବ। ୨୦ତମ କିସ୍ତିରେ ପ୍ରାୟ ୨୦,୫୦୦ କୋଟି ଟଙ୍କା ୯.୭ କୋଟି ଚାଷୀଙ୍କ ନିକଟକୁ ସ୍ଥାନାନ୍ତରିତ କରାଯିବ।” ପ୍ରଧାନମନ୍ତ୍ରୀ ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ଏହି କିସ୍ତି ଜାରି କରିବେ।

Leave A Reply

Your email address will not be published.