ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ବୈଷୟିକ କମିଟି। ଏପରି ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସେହିପରି ମେଟ୍ରୋ ପାଇଁ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି।

କେନ୍ଦ୍ରକୁ ଖୁବଶୀଘ୍ର ପ୍ରସ୍ତାବ ପଠାଯିବ। କେନ୍ଦ୍ର ସହାୟତାରେ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଟେକ୍ନିକାଲ ଟିମ ଗଠନ ନେଇ ଆଜି ମନ୍ତ୍ରୀ ସ୍ତରୀୟ ସବ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଫିସର ଓ କିଛି ଏକ୍ସପଟଙ୍କୁ ନେଇ ଏହି ଟେକ୍ନିକାଲ ଟିମ ଗଠନ କରାଯିବ। ମେଟ୍ରୋ ପଲିଟାନସିଟିକୁ ଏହି ଟିମ ଯାଇ ଅନୁଧ୍ୟାନ କରିବ। ରିପୋର୍ଟ ପ୍ରଦାନ ପରେ ମେଟ୍ରୋ ରୁଟ କଣ ରହିବ, ଷ୍ଟପେଜ୍ କେଉଁଠି ହେବ, କେଉଁଠି ପାର୍କିଂ ଅଞ୍ଚଳ ହେବ ତାହାର ରିପୋର୍ଟ ଦେବ ଏହି କମିଟି। ପୁର୍ବ ପ୍ରକଳ୍ପର ଡିପିଆର ଠିକ ନଥିଲା। ଏବେ ନୂଆ ଢାଞ୍ଚାରେ ହେବ ପ୍ରକଳ୍ପ।

ସୂଚନାଯୋଗ୍ୟ, ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ ସହ କଣ୍ଟ୍ରାକ୍ଟ ବାତିଲ କରିଦେଇଥିଲେ ରାଜ୍ୟ ସରକାର। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର ପଡ଼ିଥିଲା। ୬ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ହେଲେ ୯ ମାସ ହେବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି।

Leave A Reply

Your email address will not be published.