ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରେମିକା ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି।

ସାନିଆ ମୁମ୍ବାଇର ଜଣେ ନାମୀଦାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ନିକଟତମ ବନ୍ଧୁ ଏବଂ କିଛି ପରିବାର ସଦସ୍ୟ ଯୋଗ ଦେଇଥିଲେ। ସାନିଆଙ୍କ ପରିବାରର ଭାରତୀୟ ଖାଦ୍ୟ ଏବଂ ଆତିଥ୍ୟ କ୍ଷେତ୍ରରେ ଗଭୀର ଯୋଗଦାନ ରହିଛି। ଘାଇ ପରିବାର ଗ୍ରାଭିସ୍ ଗ୍ରୁପ୍ ପରିଚାଳନା କରନ୍ତି। ଯାହାକି ଦି ବ୍ରୁକଲିନ୍ କ୍ରିମେରୀର ମାଲିକ ଏବଂ ବାସ୍କିନ୍ ରବିନ୍ସର ଇଣ୍ଡିଆ କ୍ଷେତ୍ରର କାର୍ଯ୍ୟ ପରିଚାଳନା କରିଥାଏ।

ତେବେ ମୂଳ କମ୍ପାନୀ ଗ୍ରାଭିସ୍ ଫୁଡ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆର୍ଥିକ ବର୍ଷ ୨୩-୨୪ରେ ୬୨୪ କୋଟି ରାଜସ୍ୱ ଥିବା ପୋଷ୍ଟ କରାଯାଇଛି। ଯାହାକି ପୂର୍ବବର୍ଷ ତୁଳନାରେ ୨୦% ବୃଦ୍ଧି ପାଇଛି। ତେବେ କମ୍ପାନୀର ପ୍ରାଧିକୃତ ପୁଞ୍ଜି ୨.୨୩ କୋଟି ଏବଂ ପେଡ୍-ଅପ୍ ପୁଞ୍ଜି ୯୦,୧୦୦ କୋଟି ଟଙ୍କାର ଥିବା ସୂତ୍ରରୁ ଜଣାପଡ଼ିଛି। ସାନିଆ ମିଷ୍ଟର ପାଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ LLP ଅଂଶୀଦାର ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି।

ଯାହାକି ୨୦୨୨ ମସିହାରେ ୦.୧୦ ନିୟୁତ ପ୍ରାଧିକୃତ ପୁଞ୍ଜିରେ ଆରମ୍ଭ ହୋଇଥିବା ଏକ ଛୋଟ ଉଦ୍ୟୋଗ ଅଟେ। କେବଳ ଏତିକି ନୁହେଁ ଘାଇ ପରିବାର ମୁମ୍ବାଇରେ ଇଣ୍ଟରକଣ୍ଟିନେଣ୍ଟାଲ୍ ହୋଟେଲ୍ ମଧ୍ୟ ପରିଚାଳନା କରନ୍ତି। ଯାହାକି ୧୮.୪୩ ବିଲିୟନ ମୂଲ୍ୟର ଏକ ଏମଏନସି କମ୍ପାନୀ ଅଟେ।

Leave A Reply

Your email address will not be published.