ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ମେୟରଙ୍କ ଚାମ୍ବର ପାଖରେ ଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଯାହା ପରେ ନବନିର୍ମିତ କୋଠାର ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି ହୋଇଛି।
ସତ୍ୟନଗରରେ ଥିବା ବିଏମସି-ICOMC କୋଠା ଭିତରେ ଥିବା ସ୍ଥାନରେ କେହି ନଥିବା ବେଳେ ଏହି ଅଘଟଣ ଘଟିଥିଲା। ଯାହା ଫଳରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।
ସୂଚନା ଅନୁଯାୟୀ, ୧୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳକୁ ଘେରି ରହିଥିବା ଛାତଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତେବେ ଏହି ଘଟଣାଟି ପ୍ରାୟ ୯ଟା ସମୟରେ ଘଟିଥିଲା।
ଘଟଣା ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ ଛାତ ତଳେ ଥିବା ଫଲ୍ସ ସିଲିଂର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ତେବେ ଏସି ସିଷ୍ଟମରୁ ପାଣି ନିଷ୍କାସନ ଯୋଗୁଁ ଗଠନ ଦୁର୍ବଳ ହୋଇଥାଇପାରେ। ଯଦିଓ ବାର୍ଷିକ ରକ୍ଷଣାବେକ୍ଷଣ ନିୟମିତ ଭାବରେ କରାଯାଏ କିନ୍ତୁ ଚଳିତ ବର୍ଷ ମରାମତି ହେବା ପୂର୍ବରୁ ସିଲିଂ ଭୁଶୁଡ଼ି ପଡ଼ିଥିଲା। ତେବେ ବିଲ୍ଡିଂର କିଛି ହୋଇନାହିଁ। ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି।