ଚୀନକୁ ଧମକାଇଲେ ଟ୍ରମ୍ପ; ଚାହିଁଲେ ଧ୍ଵଂସ କରିଦେବୁ…

ନୂଆଦିଲ୍ଲୀ: ଆମେରିକା ଚୀନ୍ ସହିତ ସମ୍ପର୍କ ବଜାୟ ରଖିବା ସପକ୍ଷରେ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ହ୍ୱାଇଟ୍ ହାଉସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମୟୋଙ୍ଗଙ୍କ ସହ ଏକ ଭେଟଘାଟ ସମୟରେ ଟ୍ରମ୍ପ୍ ଚୀନକୁ ସିଧାସଳଖ ଧମକ ମଧ୍ୟ ଦେଇଛନ୍ତି।

ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ପାଖରେ ଏପରି କିଛି କାର୍ଡ ଅଛି, ଯାହାକୁ ବ୍ୟବହାର କଲେ ଚୀନ୍ ମୁହୂର୍ତ୍ତରେ ଧ୍ୱଂସ ହୋଇଯିବ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ସାମରିକ ଏବଂ ସୀମାକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଜାରି ରହିଛି।

ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ଚୀନକୁ ନେଇ ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ଗୋଟିଏ ପଟେ ସେ ଚୀନ ସହିତ ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି ଅନ୍ୟପଟେ ସେ ଏହାକୁ ଧମକ ମଧ୍ୟ ଦେଉଥିଲେ। ଟ୍ରମ୍ପ୍ କହିଥିଲେ – ‘ଆମେ ଚୀନ୍ ସହିତ ଭଲ ସମ୍ପର୍କ ବଜାୟ ରଖିବୁ। ତଥାପି, ଆମର ଏପରି କିଛି କାର୍ଡ ଅଛି, ଯାହାକୁ ଖେଳିଲେ ଚୀନ୍ ଧ୍ଵଂସ ହୋଇପାରେ, କିନ୍ତୁ ମୁଁ ତାହା କରିବି ନାହିଁ।’

 

Leave A Reply

Your email address will not be published.