ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି।

ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ ବନ୍ଧୁଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପ୍ରତୀକ ରାଜ ମାଥୁର ନାମକ ଏହି ବ୍ୟକ୍ତି ଦାବି କରିଛନ୍ତି ଯେ ସଂଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ୍ ୱାର୍’ ପାଇଁ ଲାଇନ ପ୍ରଯୋଜକ ଭାବରେ ତାଙ୍କ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ କିନ୍ତୁ ପରେ ସେ ଏହାକୁ ବାତିଲ କରିଦେବା ସହ ତାଙ୍କୁ ପେମେଣ୍ଟ ନକରି ପ୍ରୋଜେକ୍ଟରୁ ବାହାର କରିଦେଇଥିଲେ। ଯାହା ପରେ ସେ ସୋମବାର ଦିନ ସଞ୍ଜୟ ଏବଂ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ବିରୁଦ୍ଧରେ ବିଚୱାଲ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଫିଲ୍ମର ସୁଟିଂ ପାଇଁ ସରକାରୀ ବିଭାଗ ସହିତ ଯୋଗାଯୋଗ କରିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ରାଜ ମାଥୁର ନିଜେ କରିଥିଲେ ବୋଲି କହିଛନ୍ତି। କିନ୍ତୁ ଯେତେବେଳେ ସେ ସଞ୍ଜୟଙ୍କୁ ଭେଟିବାକୁ ହୋଟେଲକୁ ଯାଇଥିଲେ ସେଠାରେ ତାଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିଲା।

ଲଭ୍ ଆଣ୍ଡ୍ ୱାର୍’ ଆଗାମୀ ବଲିଉଡ୍ ଫିଲ୍ମ ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଲ ନଜର ଆସିବା ନେଇ ଆଲୋଚନା ହେଉଛି। ତେବେ ସଞ୍ଜୟ ଜାନୁଆରୀ ୨୦୨୪ ରେ ଏହି ଫିଲ୍ମ କୁ ନେଇ  ଘୋଷଣା କରିଥିଲେ ଓ ଏହା  ୨୦୨୫ ଖ୍ରୀଷ୍ଟମାସରେ ରିଲିଜ୍ ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ୍ ଏହା ୨୦୨୬ ମାର୍ଚ୍ଚରେ ସିନେମା ହଲ୍‌କୁ ଆସିବ ବୋଲି କୁହାଯାଉଛି।

ତେବେ ସଞ୍ଜୟ ଲୀଲା ଭଂସାଲି ଏବଂ ରଣବୀର କପୁର ପୂର୍ବରୁ ୨୦୦୭ ମସିହାରେ ‘ସାୱରିଆ’ରେ ଏକାଠି କାମ କରିଥିଲେ ଓ ଏହା ରଣବୀରଙ୍କ ଡେବ୍ୟୁ ଫିଲ୍ମ ମଧ୍ୟ ଥିଲା।

Leave A Reply

Your email address will not be published.