କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର…

କଟକ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଯାଇଛି ସୂଚନା। ବର୍ତ୍ତମାନ ସେ କୋମାରେ ଥିବାବେଳେ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଡାକ୍ତର। ସୂଚନା ଅନୁଯାୟୀ, ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ ମଜୁମଦାର। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯିବାରୁ ତାଙ୍କୁ ଆଜି ଭୁବନେଶ୍ୱର ଏମ୍‌ସ୍ କୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ସଙ୍ଗୀତ ଜଗତରେ ଅଭିଜିତ ମଜୁମଦାର ଜଣେ ସୁପରିଚିତ ନାଁ। ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ। ୨୦୦୦ ମସିହାରେ କାଶିଆ କପିଳା ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଅଭିଜିତ ମଜୁମଦାର। ସେ ୫୦ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି।

Leave A Reply

Your email address will not be published.