ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ଅତି କମରେ ୧୫ଟି ଜିଲ୍ଲାରେ ଶନିବାର ଅପରାହ୍ନରେ ବର୍ଷା, ବଜ୍ରପାତ ସହ ପବନ ବହିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଏବଂ କଟକ ସହର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି। ଜାରି ବୁଲେଟିନ ଅନୁଯାୟୀ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଖୋର୍ଦ୍ଧା (ଭୁବନେଶ୍ୱର) କଟକ, ପୁରୀ, ଗଞ୍ଜାମ, ବଲାଙ୍ଗୀର, କେନ୍ଦ୍ରାପଡ଼ା, ନୂଆପଡ଼ା, ଜଗତସିଂହପୁର, ନୟାଗଡ଼, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି ହୋଇଛି।

ଆଗାମୀ ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିବା ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

Leave A Reply

Your email address will not be published.