ହଟସିଟରେ ବସିଥିବା ଦୃଷ୍ଟିବାଧିତା ଆଇଏଏସ ଝିଅଙ୍କ ସଂଘର୍ଷ ଶୁଣି ଭାବବିହ୍ବୋଳ ହେଲେ ଅମିତାଭ

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ’ ‘କୌନ୍ ବନେଗା କରୋଡ଼ପତି’ ସିଜିନ୍ ୧୭ର ସଦ୍ୟତମ ଅଧ୍ୟାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଚଳିତଥର ଜଣେ ଦିବ୍ୟାଙ୍ଗ ମହିଳା ପ୍ରତିଯୋଗୀ ଆୟୁଷୀ ହଟ୍ ସିଟ୍ ବସିବାର ସୁଯୋଗ ପାଇଥିଲେ। ହଟ୍ ସିଟରେ ବସି ଆୟୁଷୀ ଅମିତାଭ ବଚ୍ଚନ ଏବଂ ଦର୍ଶକଙ୍କ ସହ ତାଙ୍କର ସ୍ମୃତି ବାଣ୍ଟିଥିଲେ।

ମହିଳା ପ୍ରତିଯୋଗୀ ଆୟୁଷୀଙ୍କ କଥା ଶୁଣି ବିଗ୍ ବି ଭାବପ୍ରବଣ ହୋଇଯାଇଥିଲେ। ଆୟୁଷୀ ବିଗ ବିଙ୍କ ସାମ୍ନାରେ କହିଥିଲେ, “ସୋ’ ଆରମ୍ଭ ହେବା ଦିନଠାରୁ, ମୋର ସମ୍ପୂର୍ଣ୍ଣ ପରିବାର ଏହାକୁ ଏକାଠି ବସି ଦେଖିଥାଆନ୍ତି। ଏହି ସୋ’ମୋ ହୃଦୟର ଅତି ନିକଟତର। ଆପଣଙ୍କ ବ୍ୟକ୍ତିତ୍ୱ ଖୁବ ଆଶ୍ଚର୍ଯ୍ୟଜନକ।’

ସୋ’ରେ ଆୟୁଷୀଙ୍କ ମାଆ ଝିଅ ବିଷୟରେ କହିଥିଲେ, “ମୋ ଝିଅ ତାର ଦୃଷ୍ଟିଶକ୍ତି ହରାଇବା ସହିତ ରୋଗରେ ପୀଡିତ। ପିଲାଦିନେ ସେ ହାଲୁକା  ଦେଖିପାରୁଥିଲା । ସମୟ ସହିତ ତାର ଦୃଷ୍ଟି ଶକ୍ତି ଚାଲିଯାଇଥିଲା। ତଥାପି ସେ  ହାର ମାନି ନଥିଲା। ଜୀବନରେ କିଛି ହାସଲ କରିବାକୁ ସ୍ଥିର କରିଥିଲା।”

ଆୟୁଷୀ ଜଣେ ଆଇଏଏସ୍ ଅଧିକାରୀ ଏବଂ ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରନ୍ତି। ସେ ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସାରା ଭାରତରେ ୪୮ତମ ରାଙ୍କ ହାସଲ କରି ତାଙ୍କ ସ୍ୱପ୍ନ ପୂରଣ କରିଥିଲେ।

Leave A Reply

Your email address will not be published.