ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଏ ନେଇ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ସମୟରେ ବିଜେଡି କର୍ମୀ ୨ଟି ବ୍ୟାରିକେଡ ଭାଙ୍ଗିଥିବବା ଦେଖିବାକୁ ମିଳିଛି।
ଗାନ୍ଧି ମାର୍ଗରେ ପୋଲିସ କର୍ମିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଛି ।
ସୂଚନାଥାଉକି, ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହୋଇଛନ୍ତି । ବିଜେଡି ପକ୍ଷରୁ ଅନ୍ଦୋଳନ କରାଯାଇଛି ।