ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ମହିଳା କଂଗ୍ରେସର ଠେଲାପେଲା, ଉଠେଇ ନେଲା ପୋଲିସ

ଭୁବନେଶ୍ୱର: ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ। ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ଠେଲାପେଲା। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ। ଲୋୟର୍ ପିଏମ୍‌ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଘେରାଉ ଉଦ୍ୟମ କରିବା ବେଳେ କିଛି ମହିଳାଙ୍କୁ ଉଠାଇ ନେଲା ପୋଲିସ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଉପସ୍ଥିତ ଥିଲେ। ରାଜ୍ୟରେ ନାରୀ ନିର୍ଯାତନା ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିଛନ୍ତି ରାଜ୍ୟ ମହିଳା କଂଗ୍ରେସର କର୍ମକର୍ତ୍ତା । ଲୋୟର ପିଏମଜିରେ ଶହ ଶହ ମହିଳା କଂଗ୍ରେସ ସଭାନେତ୍ରୀମାନେ ଏକାଠି ହୋଇ ବିଧାନସଭା ଘେରାଉ କରିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ବିଧାନସଭାରେ କଂଗ୍ରେସ ବିଧାୟକମାନେ ସମାନ ପ୍ରସଙ୍ଗ ଉଠାଇ ଗୃହକୁ ହୁଲୁସ୍ତୁଲ କରୁଥିବା ବେଳେ ବାହାରେ ମହିଳା କଂଗ୍ରେସ ସଦସ୍ୟ ମାନେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଅଭିନବ ଉପାୟରେ ପ୍ରତିବାଦ କରିବା ସହ ଫୁଲ ମାଡ କରିଛନ୍ତି। ବିଧାନସଭା ସମ୍ମୁଖରେ ମହିଳା କଂଗ୍ରେସ କର୍ମକର୍ତ୍ତା ଆନ୍ଦୋଳନ କରିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଇସ୍ତଫା ଦାବି କରିଛନ୍ତି ।

Leave A Reply

Your email address will not be published.