ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଜାଣନ୍ତୁ କି ସୁବିଧା ମିଳିବ…

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି । ଖୁବ ଶୀଘ୍ର ମାଦଳା ପାଞ୍ଜି ଏବଂ ଅନ୍ୟାନ୍ୟ ବିରଳ ମନ୍ଦିର ରେକର୍ଡ ଏବଂ ତାଳପତ୍ର ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବ । ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ମୁଖ୍ୟ ପ୍ରଶାସକ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ପ୍ରବେଶ ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବାକୁ ଯାଉଛି । ଏହି ଅନନ୍ୟ ପଦକ୍ଷେପ ଶ୍ରୀ ଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେ।

ତେବେ ସଂରକ୍ଷିତ ହେବାକୁ ଥିବା ଏହି ଦୁର୍ଲଭ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି ଏବଂ ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟ ଦୁର୍ଲଭ ନଥିପତ୍ରକୁ ଭକ୍ତ ଏବଂ ଗବେଷକମାନେ ଏହାକୁ ଡିଜିଟାଲ ଭାବରେ ବ୍ୟବହାର କରିପାରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.