ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା

କଟକ: କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ। ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ କଟକଣା ଜାରି ହୋଇଛି।

ସେହିପରି ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି। ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌‌କୁ ବି ମନା କରାଯାଇଛି। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।

ଜନସାଧାରଣଙ୍କ ସୁରକ୍ଷା ଏବଂ ଐତିହାସିକ ମହୋତ୍ସବର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ BNSS ଆଇନ, ୨୦୨୩ର ଧାରା ୧୪(୧) ଏବଂ ଧାରା ୧୬୩ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା କାର୍ଯ୍ୟକ୍ରମ ସମୟରେ ଯେକୌଣସି ବିମାନ ବିପଦ, ସୁରକ୍ଷା ଉଲ୍ଲଂଘନ କିମ୍ବା ଦୁର୍ଘଟଣାକୁ ରୋକିବା ପାଇଁ ଉଦ୍ଦିଷ୍ଟ, ଯାହା ଚଳିତ ବର୍ଷ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.