ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଗୁରୁବାର ଦିନ ଆଇନଜୀବୀ ରାକେଶ କିଶୋରଙ୍କ ଅସ୍ଥାୟୀ ସଦସ୍ୟତା ବାତିଲ କରିଛି।
ବୁଧବାର ଦିନ ବାର କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) କିଶୋରଙ୍କ ସଦସ୍ୟତା ବାତିଲ କରିବା ସହ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଯେଉଁଥିରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯିବ ନାହିଁ ତାହା ଜଣାଇବାକୁ କୁହାଯାଇଛି। ଏପରିକି କିଶୋରଙ୍କ କାର୍ଯ୍ୟକୁ ‘ନିନ୍ଦନୀୟ, ବିଶୃଙ୍ଖଳିତ ଏବଂ ଅଶାଳୀନ’ ବୋଲି ବର୍ଣ୍ଣନା କରିଛି ବିସିଆଇ।