ଖୁବଶୀଘ୍ର ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା।

ଡିସେମ୍ବର ୧୫ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଡିସେମ୍ବର ୨୨ରୁ ୩୧ ଯାଏ ଇଣ୍ଟରନାଲ ପରୀକ୍ଷା ଚାଲିବ। ଜାନୁଆରୀ ୨ରୁ ୧୫ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ମୋଟ୍ ୧୩୪୯ ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Leave A Reply

Your email address will not be published.