ଧନତେରସ ପାଇଁ ଆକାଶ ଛୁଆଁ ସୁନା ଦର, ୩ ହଜାର ବଢିଲା

ଭୁବନେଶ୍ୱର: ଧନତେରସ ପୂର୍ବରୁ ଭାରତର ସୁନା ବଜାର ଶନିବାର ଦିନ ନୂଆ ଉଚ୍ଚତା ଛୁଇଁଛି। ଏପରିକି ସୁନା ଦର ୩ ହଜାର ବଢ଼ିଥିବା ଜଣାପଡିଛି

www.goodreturns.com ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ସୁନାର ମୂଲ୍ୟ ୨୪ କ୍ୟାରେଟ୍ ପ୍ରତି ଗ୍ରାମ ପିଛା ୧୩,୦୮୬ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ ପିଛା ୧୧,୯୯୫ ଏବଂ ୧୮ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୯,୮୧୪ ରହିଛି।

୨୪ କ୍ୟାରେଟ୍ ସୁନାର ମୂଲ୍ୟ ପୂର୍ବ ଦିନ ତୁଳନାରେ ୩,୩୫୦ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୩୨,୯୫୩ରେ ପହଞ୍ଚିଛି। ଏହି ସମୟରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୨୧,୮୮୩ରେ ପହଞ୍ଚିଛି। ଯାହା ୩,୦୭୦ ବୃଦ୍ଧି ପାଇଛି। ଅପରପକ୍ଷେ ବିଭିନ୍ନ ସହରରେ ସୁନା ମୂଲ୍ୟ ଭିନ୍ନଭିନ୍ନ ରହିଛି।

Leave A Reply

Your email address will not be published.