ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଦିିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ ରହିଛି । ତୃତୀୟ ସ୍ଥାନରେ ଥିବା କୋହଲି ୧୪୧୮୧ ରନ ସଂଗ୍ରହ କରିଛି ।
ସଙ୍ଗକାରା ୧୪୨୩୪ ରନ କରିଥିବାରୁ ତାଙ୍କୁ ଅତିକ୍ରମ କରିବା ପାଇଁ କୋହଲିଙ୍କୁ ୫୪ ରନର ଆବଶ୍ୟକତା ରହିଛି । ତେବେ ଦିନିକିଆରେ ସଚିନ ତେନ୍ଦୁଲକର ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ୪୬୩ ମ୍ୟାଚରେ ୧୮୪୨୬ ରନ କରିଛନ୍ତି ।