ବେଙ୍ଗାଲୁରୁ ହିଟ୍ ଆଣ୍ଡ୍ ରନ ମାମଲା; କନ୍ନଡ ଅଭିନେତ୍ରୀଙ୍କ ସଂପୃକ୍ତି ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୪ରେ ଏକ ହିଟ୍ ଆଣ୍ଡ୍ ରନ ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ କାରଟି କନ୍ନଡ ଅଭିନେତ୍ରୀ ଦିବ୍ୟା ସୁରେଶ ଚଳାଉଥିବା ନେଇ ଶୁକ୍ରବାର ଦିନ ପୋଲିସ ସୂଚନା ପ୍ରଦାନ କରିଛି।

ତେବେ କିରଣ ନାମକ ଜଣେ ମହିଳା ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ଅନୁଷା ଏବଂ ଅନିତାଙ୍କ ସହ ବାଇକରେ ଯାଉଥିବାବେଳେ ଦୃତ ଗତିରେ ଆସୁଥିବା ଏକ କଳା କାର ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୫ ବର୍ଷୀୟ କିରଣ ଏବଂ ୨୪ ବର୍ଷୀୟ ଅନୁଷା ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ୩୩ ବର୍ଷୀୟ ଅନିତାଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ତୁରନ୍ତ ବିଜିଏସ ହସ୍ପିଟାଲ ନିଆଯାଇ ସେଠାରେ ଅସ୍ତ୍ରୋପଚାର କରାଯାଇଥିଲା। ପରେ କିରଣଙ୍କ ଅଭିଯୋଗ ଆଧାରରେ ପୋଲିସ ଅକ୍ଟୋବର ୭ ତାରିଖରେ ଏକ ମାମଲା ରୁଜୁ କରିଥିଲା।

ଏହି ଘଟଣାରେ ତଦନ୍ତ କରି ପୋଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା ଓ ଦୁର୍ଘଟଣାଗ୍ରସ୍ତ କାରଟି ଦିବ୍ୟା ସୁରେଶଙ୍କର ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା। ଏପରିକି ସେହି ସମୟରେ ଦିବ୍ୟା ଉକ୍ତ କାର ଚଳାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

 

Leave A Reply

Your email address will not be published.