ଭୁବନେଶ୍ୱର: ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ଇତିହାସ ରଚିଛନ୍ତି । ସେ ୪୪ କିଗ୍ରା ବିଭାଗରେ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ଏସିଆନ ୟୁଥ ଗେମ୍ସରେ ଢ଼େଙ୍କାନାଳର ପ୍ରତୀସ୍ମିତା ୪୪ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି ।
ସେ ଓଭରାଲ ୧୫୮ କେଜିର ଭାର ଉଠାଇଥିଲେ । କ୍ଲିନ ଆଣ୍ଡ ଜର୍କରେ ସେ ୯୨ କିଗ୍ରା ଉଠାଇ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଥିବା ଭୁବନେଶ୍ୱର ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି ।