ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛି ପାକିସ୍ତାନ। ଏପରିକି ସଲମାନଙ୍କୁ ଆତଙ୍କବାଦୀ ଘୋଷିତ କରିବାକୁ ପଛାଇ ନାହିଁ।
ସୂଚନା ଅନୁଯାୟୀ, ଅଭିନେତାଙ୍କ ବୟାନ ପଡ଼ୋଶୀ ଦେଶକୁ ଏତେ ଆଘାତ କରିଛି ଯେ ରାଗରେ ପାକିସ୍ତାନ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି ଏବଂ ତାଙ୍କ ନାମ ଆତଙ୍କବାଦ ବିରୋଧୀ ଆଇନ (୧୯୯୭)ର ଚତୁର୍ଥ ସୂଚୀରେ ରଖିଛି। ତେବେ ଏହି ତାଲିକାରେ ଆତଙ୍କବାଦରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ତାଲିକାଭୁକ୍ତ କରାଯାଇଥାଏ।
ଶାହରୁଖ ଖାନ ଏବଂ ଆମିର ଖାନଙ୍କ ସହିତ ଜୟ ଫୋରମ୍ ରେ ଯୋଗଦେବା ସମୟରେ ସଲମାନ ବେଲୁଚିସ୍ତାନକୁ ଏକ ପୃଥକ ଦେଶ ଭାବରେ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ଉତକ୍ଷୀପ୍ତ ହୋଇପଡ଼ିଥିଲା ପାକିସ୍ତାନ।