ବିହାର ପରେ ଦେଶବ୍ୟାପୀ SIR ଲାଗୁ ଘୋଷଣା, ୧୨ ରାଜ୍ୟରୁ ଆରମ୍ଭ…

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ (SIR) ଘୋଷଣା କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି। ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ SIR ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ପୋଲିଂ ବୁଥରେ ୧,୦୦୦ ଭୋଟର ରହିବେ। SIRର ଦ୍ୱିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆରମ୍ଭ ହେବ। ଏଥିରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ।

 

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ SIRର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲି ଆରମ୍ଭ ହେବ। ପ୍ରିଟିଂ ଏବଂ ଟ୍ରେନିଂ ୨୮ ଅକ୍ଟୋବର ୨୦୨୫ରୁ ୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। ୪ ନଭେମ୍ବର ୨୦୨୫ରୁ ୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ସୂଚନା ସଂଗ୍ରହ କରାଯିବ। ସେହିପରି ଡ୍ରାଫ୍ଟ ଭୋଟର ତାଲିକା ୯ ଡିସେମ୍ବର ୨୦୨୫ରେ ଉପସ୍ଥାପିତ ହେବ।

Leave A Reply

Your email address will not be published.