ସନ୍ତାକାଲି ଠାରୁ ସୁଭଦ୍ରା ଆବେଦନ, ଜାଣନ୍ତୁ କେଉଁମାନେ ଯୋଗ୍ୟ..

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ। ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ମହିଳାଙ୍କର ବୟସ ୨୧ ବର୍ଷ ହୋଇଥିବ ସେମାନେ କରିପାରିବେ ସୁଭଦ୍ରା ଆବେଦନ। ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଁଚିଲେ ସେମାନେ ଆବେଦନ କରିପାରିବେ। ଆଚରଣ ବିଧି ଲାଗିଥିବା ଅଂଚଳକୁ ଛାଡି ଅନ୍ୟ ସବୁ ଅଂଚଳରେ ଆବେଦନ କରିପାରିବେ। ମାର୍ଚ୍୩୧, ୨୦୨୫ ରେ ଯେଉଁ ମହିଳାମାନକୁ ୨୧ ବର୍ଷ ହୋଇଥିବ ସେମାନେ ଆସନ୍ତାକାଲିଠୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ମାର୍ଚ୍ଚ ୮ ରେ ସେମାନେ ମଧ୍ୟ ସୁଭଦ୍ରା ପଇସା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Leave A Reply

Your email address will not be published.