ପିଡିଏସ୍‌ ହିତାଧିକାରୀଙ୍କ ପାଇଁ e-KYC ବୃଦ୍ଧି; ଡିସେମ୍ବର ୩୧ ଯାଏଁ ବଢିଲା

ଭୁବନେଶ୍ୱର: ପିଡିଏସ୍‌ ହିତାଧିକାରୀଙ୍କ ପାଇଁ e-KYC ବୃଦ୍ଧି କଲେ ରାଜ୍ୟ ସରକାର। ଏସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ ଈ-କେୱାଈସି ଅବଧି ବୃଦ୍ଧି ହୋଇଛି।

ବର୍ତ୍ତମାନ ସମୟରେ ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି। ସୂଚନା ଅନୁଯାୟୀ, ଅଦ୍ୟାବଧି ଈ-କେୱାଈସି କରାଇ ନ ପାରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କ ଈ-କେୱାଈସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ। ଏହି ପ୍ରକ୍ରିୟା ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହିବ। ହିତାଧିକାରୀ ମାନେ ୩୧ ଡିସେମ୍ବର ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେୱାଈସି କରାଇପାରିବେ।

Leave A Reply

Your email address will not be published.