ୟାର ଇଣ୍ଡିଆ ଦୁର୍ଘଟଣାରୁ ରକ୍ଷା ପାଇଥିବା ଯୁବକ ବଖାଣିଲେ କରୁଣ କାହାଣୀ …

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସକୁମାର ରମେଶ ଦୁର୍ଘଟଣା ପରେ ତାଙ୍କ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି।

ଏତେ ବଡ଼ ଦୁର୍ଘଟଣାରେ ବଞ୍ଚିଯାଇଥିବା ସେ ଏକ ମାତ୍ର ବ୍ୟକ୍ତି ଥିଲେ। ଯାହାକୁ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ବିଶ୍ଵାସ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଭାଇଙ୍କୁ ହରାଇଛନ୍ତି ଯିଏ କି ତାଙ୍କର ସାହାଭରସା ଥିଲେ। ଦୁର୍ଘଟଣା ପରଠାରୁ ସେ କେବଳ ତାଙ୍କ କୋଠରୀରେ ଏକା ବସିଥାନ୍ତି ଓ ତାଙ୍କ ସ୍ତ୍ରୀ ଏବଂ ପୁଅ କାହା ସହିତ ମଧ୍ୟ କଥା ହୁଅନ୍ତି ନାହିଁ ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣା ପରଠାରୁ ସେ ଓ ତାଙ୍କ ପରିବାର ଶାରୀରିକ ଓ ମାନସିକ ଭାବରେ ଯନ୍ତ୍ରଣାରେ ରହିଛନ୍ତି।

ବିଶ୍ୱାସକୁମାର ରମେଶ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଚାରି ମାସ ଧରି ତାଙ୍କ ମାଆ ପ୍ରତିଦିନ ତାଙ୍କ ରୁମ୍ ର କବାଟ ବାହାରେ ବସି କଥା ହୋଇ ଆସୁଛନ୍ତି। ତେବେ ତାଙ୍କ ଗୋଡ଼, କାନ୍ଧ, ଆଣ୍ଠୁ ଏବଂ ପିଠିରେ ଆଜି ପର୍ଯ୍ୟନ୍ତ ମଧ୍ୟ ଯନ୍ତ୍ରଣା ହେଉଅଛି।ଯେଉଁଥିପାଇଁ ସେ କୌଣସି କାମ କରିପାରୁନାହାନ୍ତି ଓ ଗାଡ଼ି ମଧ୍ୟ ଚଲାଇ ପାରୁନାହାନ୍ତି। ତେବେ ଏହି ଦୁର୍ଘଟଣା ପରଠାରୁ ସେ ପୋଷ୍ଟ-ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡରରେ ପୀଡିତ ହୋଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.